\n\n\n\n\n\n\n\n\n\n\n\n\n\n\n
Right to Information • Transparency • Accountability
Right to Information • Transparency • Accountability
August 4, 2026

ଜାଣନ୍ତି କି ନବୀନ ବାବୁ କିଏ?

୧. ଇଏ ସେହି ଲୋକ, ଯାହାଙ୍କୁ ଓଡ଼ିଶାର ଇତିହାସ, ସଂସ୍କୃତି, କଳା, ଗରିମା ବିଷୟରେ କିଛି ବି ଜଣା ନାହିଁ।
୨. ଯିଏକି ଓଡିଆରେ କହିବା ଲେଖିବା, ପଢିବା ଜାଣି ନାହାନ୍ତି।
୩. ସେ ଓଡିଆ ଭାଷାରେ ଭାଷଣ ବି ଦେଇ ପାରନ୍ତି ନାହିଁ।
୪. ରୋମାନ‌୍ ଲିପିରେ ଲେଖାଯାଇଥିବା ବାକ୍ୟଗୁଡ଼ିକୁ ପଢ଼ି ସେ ଭାଷଣ ଦିଅନ୍ତି।
୫. ଏପରିକି ନିଜ ବାପାଙ୍କ ବିଷୟରେ ମଧ୍ୟ ସେ ଲେଖା ନପଢ଼ିକି ଦିପଦ ଭାଷଣ ଦେଇ ପାରନ୍ତି ନାହିଁ।
୬. ସେ ବିଧାନସଭାରେ ମଧ୍ୟ ବ୍ୟୁରୋକ୍ରାଟ‌ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଲେଖା ବିନା ନିଜ ବକ୍ତବ୍ୟ ରଖି ପାରନ୍ତି ନାହିଁ।
୭. ୧୭ ବର୍ଷ ଧରି ସେ ଶାସନରେ ଥିଲେ ମଧ୍ୟ ସାଧାରଣ ଲୋକଙ୍କ ସହ କେବେ ବି ମିଶନ୍ତି ନାହିଁ।
୮. ଏପରିକି ନିଜର ୧୭ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ‘‘ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ’’ରେ ସେ ଥରଟିଏ ବି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିନାହାନ୍ତି।
୯. ନୀତି ପ୍ରଣୟନ ବ୍ୟାପାରରେ କୌଣସି ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ରାଜନୀତିକ ବିଶେଷଜ୍ଞଙ୍କ ସହ କୌଣସି ଆଲୋଚନା କରନ୍ତି ନାହିଁ।
୧୦. ଏପରିକି ବିଭିନ୍ନ ଜିଲ୍ଲା ଗସ୍ତକାଳରେ କେବେ ହେଲେ କୌଣସି ସାଧାରଣ ଲୋକଙ୍କ ସହିତ କୌଣସି ବିଷୟରେ ଆଲୋଚନା, ଭାବବିନିମୟ କରିନାହାନ୍ତି।
୧୧. ସେ ସାଦାସିଧା ଓ ଦୁର୍ନୀତିବିରୋଧୀ ବୋଲି ପ୍ରଚାର କରାଯାଉଥିଲେ ସୁଦ୍ଧା ରାଜ୍ୟରେ ଏପର୍ଯ୍ୟନ୍ତ ଲୋକାୟୁକ୍ତ ନିଯୁକ୍ତ କରିନାହାନ୍ତି।
୧୨. ସେ ସୂଚନା ଅଧିକାର ଆଇନକୁ ପଙ୍ଗୁ କରି ଦେଇଛନ୍ତି। ଲୋକାୟୁକ୍ତ ବିଧେୟକକୁ କାର୍ଯ୍ୟକାରୀ କରୁ ନାହାନ୍ତି। ତଥାପି ନିଜକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ବୋଲି କହି ବୁଲୁଛନ୍ତି।
୧୩. ସେ କ୍ୟାବିନେଟ‌୍ ମିଟିଂକୁ ଏକ ପ୍ରହସନରେ ପରିଣତ କରିଛନ୍ତି ଏବଂ ସମୀକ୍ଷା ବୈଠକରେ ମାତ୍ର ୪-୫ମିନିଟ‌୍ ବସି ପଳାଇ ଆସନ୍ତି।
୧୪. ଏପରିକି ପ୍ରତ୍ୟେକ ବିଧାନସଭା ଅଧିବେଶନକୁ ଅଧାରୁ ବନ୍ଦ କରି ଦିଅନ୍ତି। ବିରୋଧୀ ଦଳର ସଦସ୍ୟଙ୍କ ପ୍ରଶ୍ନବାଣକୁ ଏତେ ଭୟ ଯେ ସେ ବାରମ୍ବାର ବିଧାନସଭା ଅଧିବେଶନକୁ ଅଧାରୁ ବନ୍ଦ କରି ଓଡ଼ିଶାରେ ଏକ ଲୋକହସା ପରମ୍ପରା ସୃଷ୍ଟି କରିଛନ୍ତି।
୧୫. ସେ ଜଣେ ଅଭ୍ୟାସଗତ ଧୂମପାନକାରୀ ଓ ମଦ୍ୟପାନକାରୀ।
୧୬. ସେ ଶାରୀରିକ ଓ ମାନସିକ ଭାବେ ଭାରୀ ଦୁର୍ବଳ।
୧୭. ସେ ୧୭ ବର୍ଷ ମଧ୍ୟରେ କେବେ ବି ସାମ୍ବାଦିକ ସମ୍ମିଳନୀଟିଏ ମଧ୍ୟ ଡାକି ନାହାନ୍ତି।
୧୮. ସେ ପୁଞ୍ଜିପତି, ଶିଳ୍ପପତି ଓ ଖଣିମାଫିଆମାନଙ୍କ ପାଇଁ ସବୁ ପ୍ରକାର ଲୁଟ୍ ପାଇଁ ସୁବିଧା ଖଂଜି ଦେଇଛନ୍ତି।
୧୯. ସେ କୌଣସି ଗାଣତନ୍ତ୍ରିକ ମୂଲ୍ୟବୋଧ, ନୀତି-ନୈତିକତା କିଛି ବି ବୁଝିପାରନ୍ତି ନାହିଁ ବା ବୁଝନ୍ତି ନାହିଁ।
୨୦. ସେ ଖଣି ସ୍କାମ‌୍, ମୂଲ୍ୟବାନ‌୍ ଜମି ସ୍କାମ୍, ଚିଟଫଣ୍ଡ୍ ସ୍କାମ‌, ନରେଗା ସ୍କାମର ମୁଖ୍ୟ ପୁରୋଧା ଅଟନ୍ତି ଏବଂ ଚିଟ୍ ଫଣ୍ଡ‌୍ କମ୍ପାନୀର ବ୍ରାଣ୍ଡ‌୍ ଆମ୍ବାସଡ଼ର ମଧ୍ୟ ହୋଇଛନ୍ତି। ସେହି ମାଫିଆମାନଙ୍କ ସହଯୋଗରେ ନିଜ ଭାଇ ପ୍ରେମ‌୍ ପଟ୍ଟନାୟକଙ୍କୁ କୋଟିପତି କରାଇଛନ୍ତି।
୨୧. ସେ ବର୍ତମାନ ରାଜ୍ୟକୁ ୬୪ହଜାର କୋଟି ଟଙ୍କାର ଋଣଭାରରେ ପକାଇଛନ୍ତି। ଫଳରେ ରାଜ୍ୟର ରାଜସ୍ୱ ନିଅଣ୍ଟ ଓ ବିତ୍ତୀୟ ନିଅଣ୍ଟ ବଢ଼ି ଚାଲିଛି।
୨୨. ସେ ରାଜ୍ୟର ଅର୍ଥନୀତି, ସ୍ୱାସ୍ଥ୍ୟସେବା, ଶିକ୍ଷାବ୍ୟବସ୍ଥାକୁ ପଙ୍ଗୁ କରି ଦେଇଛନ୍ତି। ଫଳରେ ପରିବହନ ଖର୍ଚ ବହନ କରିପାରୁ ନଥିବା ଦାନ ମାଝୀ ଭଳି ବ୍ୟକ୍ତି ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ଯିବାକୁ ପଢୁଛି।
୨୩. ମହାନଦୀ ଜଳ ପାଇଁ ସେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଅଥଚ ଛତିଶଗଡ଼ରେ ବ୍ୟାରେଜ‌ ନିର୍ମାଣ ପୂର୍ବରୁ ସମସ୍ତ ସୂଚନା ଛତିଶଗଡ଼ ସରକାର ଦେଇଥିଲେ ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ଜଳସଂପଦ ମନ୍ତ୍ରୀ କୌଣସି ପଦକ୍ଷେପ ନେଇ ନଥିଲେ।
୨୪. ସେ ରାଜ୍ୟ ଯୋଜନା ବୋର୍ଡ଼କୁ ଅଚଳ କରି ଦେଇଛନ୍ତି, ରାଜ୍ୟଟି ବିନା ଯୋଜନାରେ ଚାଲିଛି। ଗତ ୧୦ ବର୍ଷ ଭିତରେ ଥରେ ହେଲେ ବି କେବେ ଯୋଜନା ବୋର୍ଡ଼ ବୈଠକ ବସି ନାହିଁ।


ଆମେ ଏମିତି ଜଣେ ବ୍ୟକ୍ତିଙ୍କୁ ଆମ ନେତା ରୂପେ ମୁଣ୍ଡାଇ ଧରିବାକି? ତାଙ୍କୁ ପୁଣି ଭୋଟ ଦେଇ ଆମର ମୁଖ୍ୟମନ୍ତ୍ରୀ କରିବା କି?


ବିଚାର ଆପଣମାନଙ୍କର
କେବଳ ଆପଣଙ୍କ ସ୍ମୃତିକୁ ଜାଗ୍ରତ କରିବା ପାଇଁ ଏଇ କଥା ଦିପଦ ଲେଖାଯାଇଛି।

 (ରାଜ୍ୟର ସ୍ୱାର୍ଥ ପାଇଁ “ଓଡ଼ିଶା ସୂଚନା ଅଧିକାର ଅଭିଯାନ” ପକ୍ଷରୁ ଜନହିତରେ ଜାରି)