\n\n\n\n\n\n\n\n\n\n\n\n\n\n\n
Right to Information • Transparency • Accountability
Right to Information • Transparency • Accountability
October 4, 2026

‘ଦୁର୍ନୀତି ବିରୋଧୀ ସପ୍ତାହ’ ପାଳନ କାର୍ଯ୍ୟକ୍ରମରେ ଉପସ୍ଥିତି ଓ ପ୍ରଚାର-ପ୍ରସାର ନିମନ୍ତେ ନିମନ୍ତ୍ରଣ।

ପ୍ରାପ୍ତେଷୁ
ସମ୍ପାଦକ / ଜିଲ୍ଲା ପ୍ରତିନିଧି
ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ, ବାଲେଶ୍ୱର

ବିଷୟ: ‘ଦୁର୍ନୀତି ବିରୋଧୀ ସପ୍ତାହ’ ପାଳନ କାର୍ଯ୍ୟକ୍ରମରେ ଉପସ୍ଥିତି ଓ ପ୍ରଚାର-ପ୍ରସାର ନିମନ୍ତେ ନିମନ୍ତ୍ରଣ।

ମାନ୍ୟବର ମହୋଦୟ,
ସାଦର ନମସ୍କାର।

ଆପଣ ଜାଣି ଖୁସି ହେବେ ଯେ, ଓଡ଼ିଶା ସୂଚନା ଅଧିକାର ଅଭିଯାନ (OSAA) ନିରବଚ୍ଛିନ୍ନ ଭାବେ ସୂଚନା ଅଧିକାର ଆଇନକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ସହିତ ଏହି ଆଇନର ସଫଳ ଓ ପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ସଦାସର୍ବଦା ପ୍ରୟାସରତ ରହିଆସିଛି।

ସମାଜହିତ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଆମ ସଂଗଠନ ପକ୍ଷରୁ ଆସନ୍ତା ୫ ଅକ୍ଟୋବର ୨୦୨୬ ରୁ ୯ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ, ପ୍ରତିଦିନ ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ, ୫ ଦିନ ବ୍ୟାପୀ ‘ଦୁର୍ନୀତି ବିରୋଧୀ ସପ୍ତାହ’ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଳନ କରାଯିବ।

ଏହି ଅବସରରେ ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି, ସୂଚନା ଅଧିକାର ଆଇନର ସଠିକ୍ ବ୍ୟବହାର ଏବଂ ନାଗରିକଙ୍କ ଅଧିକାର ସମ୍ପର୍କରେ ବିଭିନ୍ନ ସଚେତନତାମୂଳକ ଓ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏଣୁ ଉକ୍ତ ଦିବସଗୁଡ଼ିକରେ ଆପଣଙ୍କର ମୂଲ୍ୟବାନ ଉପସ୍ଥିତି, ସମ୍ବାଦ ସଂଗ୍ରହ ଓ ପ୍ରଚାର-ପ୍ରସାର ମାଧ୍ୟମରେ ଏହି ଜନହିତକର ଅଭିଯାନକୁ ବ୍ୟାପକ ଜନସମୁଦାୟ ନିକଟରେ ପହଞ୍ଚାଇ ଜନସଚେତନତା ସୃଷ୍ଟିରେ ସହଯୋଗ କରିବାକୁ ଆପଣଙ୍କୁ ସାଦର ନିମନ୍ତ୍ରଣ ଓ ବିନମ୍ର ଅନୁରୋଧ ଜଣାଉଛୁ।

ଆପଣମାନଙ୍କର ସହଯୋଗ ଏହି ଅଭିଯାନର ସ୍ୱରକୁ ସୁଦୂରପ୍ରସାରୀ କରିବା ସହ ଦୁର୍ନୀତି ବିରୋଧୀ ଜନସଚେତନତାକୁ ଅଧିକ ସୁଦୃଢ଼ କରିବ।

ଆପଣଙ୍କ ସହଯୋଗ ଓ ସକ୍ରିୟ ସହଭାଗିତା ଏହି ଜନହିତକର ଅଭିଯାନକୁ ଅଧିକ ସଫଳ ଓ ସାର୍ଥକ କରିବ ବୋଲି ଆମର ଦୃଢ଼ ବିଶ୍ୱାସ।

ବିନୀତ,

କମଳ ଲୋଚନ ରାଉତ
ବାଲେଶ୍ବର ସୁଚନା ଅଧିକାର କର୍ମୀ ଓସା
ଓଡ଼ିଶା ସୂଚନା ଅଧିକାର ଅଭିଯାନ (OSAA)